କୁକୁଡା ଚିଆଁ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

0

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗ୍ରାମଠାରେ ଥିବା ଭେନକୋ ରିସରଚ ଏଣ୍ଡ ବ୍ରିଡିଙ୍ଗ ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଶନିବାର ପୂର୍ବାହ୍ନ ସାଢେ଼ ଆଠଟା ସମୟରେ ବ୍ରିଡିଙ୍ଗ ସେଣ୍ଟରରେ ଇଲେକ୍ଟ୍ରିକ ସର୍ଟ ସର୍କିଟରେ ଅଗ୍ନିକାଣ୍ଡ ଘଟିଥିବା ପ୍ରକାଶ । ଏଥିରେ ଜଣେ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରାସଗୋବିନ୍ଦପୁର ଓ ଚିତ୍ରଡା ଦମକଳ କେନ୍ଦ୍ରର ଅଗ୍ନିଶମ ଷ୍ଟାଫ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୁଲିସ ଏହାର ତଦନ୍ତ ଚଳାଇଛି ।

Leave A Reply