ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ କଳେଇ

0

ସୋର : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ କଳେଇ ପୋଡି ଯାଇଛି। ବାଲେଶ୍ବର ଜିଲା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ବାରିକ ସାହିରେ ଏହି ଘଟଣା ଘଟିଛି। ମହାରାଜପୁର ଗ୍ରାମର ସୁରେନ୍ଦ୍ର ବାରିକ ଖଳାରେ ଅମଳ ପାଇଁ ଧାନ ରଖିଥିଲେ।

ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ର ୧୨ ଏକର ଜମି​‌ରେ ଧାନ ଚାଷ କରିଥିଲେ। ତେବେ କୌଣସି କାରଣ ବଶତଃ ଖଳାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କର ଲକ୍ଷାଧିକ ଟଙ୍କାର ଧାନ କଳେଇ ପୋଡି ପାଉଁଶ ହୋଇ ଯାଇଛି। ରାତିରେ ଖଳାରେ ନିଆଁ ଲାଗିଥିବାରୁ ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ।

Leave A Reply