ମୈଥାନ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୪ ଆହତ

0

ଯାଜପୁର : ଯାଜପୁର ମୈଥାନ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୪ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଯାଜପୁର କଳିଙ୍ଗ ନଗର ସ୍ଥିତ ମୈଥାନ ଷ୍ଟିଲ ପ୍ଲାଣ୍ଟରେ ଏକ ଠିକାଦାରୀ ସଂସ୍ଥାର ଶ୍ରମିକ ମାନେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଏକ ଗ୍ୟାସ ଫାଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୪ଜଣ ଶ୍ରମିକଙ୍କ ଦେହରେ ନିଆଁ ଲାଗି ଯାଇଥିଲା।

Leave A Reply