ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଭସ୍ମୀଭୂତ

0

ସୁଆଣ୍ଡୋ : ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିଶଲ ଗ୍ରାମ ପଞ୍ଚାୟତ ଜୟପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ଭୋର ସମୟରେ ସେହି ଗ୍ରାମର ପ୍ରଦୀପ ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ପ୍ରଦୀପ ବେହେରାଙ୍କ ଦୁଇ ବଖରା ଘର ଅଗ୍ନିକାଣ୍ଡ ଘଟି ପୋଡି ଯାଇଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଜୟରାମ ସାହୁଙ୍କ ସହ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଚୁଲି  ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଦମକଳ ଆସିବା ଆଗର ବିଜୁ ଯୁବବାହିନୀର ସଭ୍ୟ ଓ ଗ୍ରାମବାସୀ ମାନେ ନିଆଁ ଲିଭାଇବାରେ ଲାଗିଥିଲେ। ନିଆଁ ଭିଭାଇବା ବେଳେ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଆର୍ତ୍ତତ୍ରାଣ ସ୍ବାଇଁଙ୍କ ପାଦ ପୋଡି ଯାଇଥିବା ଜଣାପଡ଼ିଛି । ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରାଯାଇଛି ।

Leave A Reply