ଡମ୍ପରରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

0

ପାରାଦ୍ବୀପ : ପାରାଦ୍ବୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ନିୟୋଜିତ ଏକ ଡମ୍ପରରେ ହଠାତ ନିଆଁ ଲାଗିଯାଇଛି। ଏଥିରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ଥରୁ ପଣ୍ୟ ପ୍ଲଟକୁ ପରିବହନ କରୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ଉକ୍ତ ଗାଡିରେ ପ୍ଲଟକୁ କୋଇଲା ପରିବହନ ହେଉଥିବା ଜଣାପଡିଛି। ଗାଡିରେ ନିଆଁ ଲାଗିଯିବା ଦେଖି ଡ୍ରାଇଭର ଜଣକ ହେଇଁ ଯିବାରୁ ରକ୍ଷା ପାଇ ଯାଇଛନ୍ତି। ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

Leave A Reply