ରାଉରକେଲା ଏନଆଇଟିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

0

ରାଉରକେଲା : ରାଉରକେଲାର ଏନଆଇଟିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ନିଟ୍‌ର ୱାର୍କ୍ସ ଓ ପର୍ଚେଜ୍‌ ଡିପାଟମେଣ୍ଟରେ ନିଆଁ ଲାଗିଯାଇଥିଲା। ତା ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ଓ କମ୍ପ୍ୟୁଟର ପୋଡି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply