ଫଳ ଦୋକାନରେ ଅଗ୍ନିକାଣ୍ଡ

0

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଦୋକାନ ନିକଟରେ ଶୋଇଥିବା କିଛି ଲୋକଙ୍କଠାରୁ ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଫଳରେ ନିଆଁ ଅନ୍ୟ ଦୋକାନକୁ ବ୍ୟାପି ପାରି ନଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଶୀତରୁ ରକ୍ଷା ପାଇଁ ଲଗାଯାଇଥିବା ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଦୋକାନ ମାଲିକ କହିଛନ୍ତି ।

Leave A Reply