ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦୦ରୁ ୧୫୦ ବଖରା ଘର

0

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରୋହିଣୀ ସେକ୍ଟର ୨୬ରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦୦ରୁ ୧୫୦ ବଖରା ଘର ଜଳି ଯାଇଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ୫୦୦ ଲୋକ ବେଘର ହୋଇ ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ନଗଦ ଟଙ୍କା ଜଳି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀ ସଂଘର୍ଷକୁ ନେଇ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ।

Leave A Reply