ନିଜ ବନ୍ଧୁକରୁ ଗୁଳି କିର ଆତ୍ମହତ୍ୟା କଲେ ପୁଲିସ ଅଧିକାରୀ

0

ଲକ୍ଷ୍ମୌ .- ଉତ୍ତର ପ୍ରଦେଶ  ଗାଜିଆବାଦରେ ଜଣେ ପୁଲିସ ଅଧିକାରୀ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ ପୁଲିସ ଅଧିକାରୀଙ୍କ ନାମ ବିଜୟ କୁମାର ।  ବିଜୟ କୁମାର ନିଜକୁ ଗୁଳି କରିବା ପରେ ତାଙ୍କୁ ଏକ ହସପିଟାଲକୁ ଗୁରୁତର ଅବସ୍ଥାରେ ନିଆଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏକ ହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ନାମରେ ଅଭିଯୋଗ ହୋଇଥିବାରୁ ସେ ଚିନ୍ତାଗ୍ରସ୍ତ ଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି  ପୁଲିସ ସନ୍ଦେହ କରୁଛି ।

Leave A Reply