ଗ୍ୟାସ ଲିକ୍ ରୁ ଅଗ୍ନିକାଣ୍ଡ

0

ବ୍ରହ୍ମପୁର: ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଟାଉନ୍ ଥାନା ଅନ୍ତର୍ଗତ ଖାଜା ସାହିରେ ମହମ୍ମଦ୍ ନୁସାଦ୍ଙ୍କ ଘରେ ପ୍ରାୟ ୧୨ଟା ସମୟରେ ରୋଷେଇ କରୁଥିବା ସମୟରେ କୌଣସି କାରଣ ବଶତଃ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଘରେ ଥିବା ସମସ୍ତ ପରିବାର ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଏନେଇ ଘଟଣା ସଂପର୍କରେ ଅଗ୍ନିଶମ  ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଘରେ ଥିବା ଚାରୋଟି ଟାଙ୍କିରୁ ଗୋଟିଏ ଟାଙ୍କି ନଷ୍ଟ ହୋଇଯାଇଥିବା ବେଳେ ତିନୋଟି ଟାଙ୍କି ଉଦ୍ଧାର କରିଥିଲେ । ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି ।

Leave A Reply