କ୍ରିଷ୍ଟାଲ ଟାୱାରରେ ଅଗ୍ନିକାଣ୍ଡ : ୪ ମୃତ, ୨୦ ଆହତ

0

ମୁମ୍ବଇ :  ମୁମ୍ବଇର ପରେଲ ଅଞ୍ଚଳର ହିନ୍ଦମାତା ସିନେମା ହଲ ନିକଟରେ ଥିବା କ୍ରିଷ୍ଟାଲ ଟାୱାରରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ୨୦ଟିରୁ ଅଧିକ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

୧୨ ମହଲା  ବିଶିଷ୍ଟ ଏହି କ୍ରିଷ୍ଟାଲ ଟାୱାରରୁ କ୍ରେନ ସାହାଯ୍ୟ​ରେ ଲୋକଙ୍କୁ ଉଦ୍ଧାର କରାଯାଉଛି। କ୍ରିଷ୍ଟାଲ ଟାୱାର ଦ୍ବାଦଶ ମହଲାରେ ନିଆଁ ଲାଗିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ମୃତାହତଙ୍କ ସଂପର୍କରେ  ବିସ୍ତୃତ ତଥ୍ୟ ଜଣା ପଡି ନାହିଁ ।

ସୂଚନା ଯୋଗ୍ୟ ଯେ ଗତ ୬ ବର୍ଷ ମଧ୍ୟରେ ମୁମ୍ବଇରେ ଏଭଳି ୨୯,୧୪୦ଟି ଅଗ୍ନିକାଣ୍ଡ ଘଟିଛି।

Leave A Reply