ନିଆଁ ଲାଗି ଜଣେ ମୃତ, ୨ ଗୁରୁତର

0

ଜୟପୁର: ନିଆଁ ଲାଗି ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ତାରା ଗ୍ରାମରେ ଧନମତି ହରିଜନ (୩୦), ରୋଇଲା ହରିଜନ ଗୁରୁତର ହୋଇଥିବା ଜଣା ପଡିଛି। ଏହି ଅଗ୍ନିକାଣ୍ଡରେ ଦିନେଶ୍ୱରୀ (୫)ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବୋରିଗୁମ୍ମା ବ୍ଲକ ମାଲଦା ପଞ୍ଚାୟତ ଅନ୍ତର୍ଗତ ତାରା ଗ୍ରାମ ରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଧନମତିଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଘରର ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଆହତଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି।

Leave A Reply