ବନ୍ଦ ଘରେ ଜଳି ବୃଦ୍ଧ ମୃତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

0

ବ୍ରହ୍ମପୁର: ନୂଆଗାଁ ଥାନା ଅନ୍ତର୍ଗତ ଚନ୍ଦପୁର ଗ୍ରାମରେ ଜଣେ ବୃଦ୍ଧ ଘର ମଧ୍ୟରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ଚାନ୍ଦପୁର ଗ୍ରାମର ନୀଳମଣି ବିନ୍ଧାଣି(୬୫)ଘରେ ଥିବା ବେଳେ କୌଣସି କାରଣ ବସତଃ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଛି । ଘର କବାଟ ବନ୍ଦ ରହିଥିବା ବେଳେ ହଠାତ ଘର ମଧ୍ୟରୁ ଧୂଆଁ ଏବଂ ନିଆଁ ବାହାରିବା ଦେଖି ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ । ଚାନ୍ଦପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି କବାଟ ଖୋଲିଲା ପରେ ଘର ମଧ୍ୟରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଚିକିଟି ଅଗ୍ନିଶମ ବିଭାଗ ଟିମ୍ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ସେତେବେଳକୁ ନୀଳମଣି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲେ । ଚାନ୍ଦପୁର ପୁଲିସ୍ ଏବଂ ନୂଆଗାଁ ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ନୂଆଗାଁ ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।

Leave A Reply