ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର: ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୧ଟି ରୋଷଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ମନ୍ଦିରର ରୋଷ ଘରେ ନିଆଁ ଲାଗିଥିଲା। ରୋଷଘର ଛଣରେ ତିଆରି ହୋଇଥିବାରୁ ନିଆଁ ସଙ୍ଗେ ସଙ୍ଗେ ଅନ୍ୟ ଘର ଗୁଡିକୁ ବ୍ୟାପି ଯାଇଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ରୋଷଘର ମରାମତି ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ସ୍ଥିତି ଅନୁଧ୍ୟାନ କରିବା ସହ ୩ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Leave A Reply