ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କଲେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଦାମାହୁଦା ଛକରେ ଥିବା ଏକ ପାନ ଦୋକାନରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି । ଏହା ସହ ନିକଟରେ ଥିବା ଦିନ ମହାନ୍ତଙ୍କ ଏକ ମନୋହରୀ ଦୋକାନରେ ନିଆଁ ଲାଗି ଅର୍ଦ୍ଧାଧିକ ସାମଗ୍ରୀ ପୋଡ଼ି ଯାଇଛି । ଗ୍ରାମବାସୀ ନିଆଁ ଲିଭାଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଗ୍ରାମର ଶତ୍ରୁଘନ ମହାନ୍ତ ଦାମାହୁଦା ଛକରେ ଏକ କ୍ୟାବିନ୍ କରି ପାନ ଦୋକାନ ଦେଇଥିଲେ। କୌଣସି କାରଣରୁ କ୍ୟାବିନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Comments are closed.