ଅଗ୍ନିକାଣ୍ଡରେ ଦୁଇ ଘର ବଖରା ଜଳିଗଲା

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତ ଡିମିରିଖୋଲ ଗାଁରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋବିନ୍ଦ ଦେହୁରୀଙ୍କ ଦୁଇ ବଖରା ଚାଳଘର ପୋଡିପାଉଁଶ ହୋଇଯାଇଛି। ଖବରପାଇ ହରଭଙ୍ଗା ଦମକଳବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ତାଙ୍କର ଘର ସହ ଧାନ ,ଚାଉଳ,ମୁଗ ବିରି ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଯାଇଛି। ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Comments are closed.