ଅଗ୍ନିକାଣ୍ଡରେ ୩ବଖରା ଭସ୍ମୀଭୁତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତ ଅଧିନ ଦର୍ଶନପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ରାମଚନ୍ଦ୍ର ପାଢୀ ଓ ସନ୍ତୋଷ କୁମାର ପଣ୍ଡାଙ୍କର ୩ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ବିଳମ୍ବିତ ରାତି ପ୍ରାୟ ୨ଟା ୩୦ମିନିଟରେ ଏହି ଅଗ୍ନିକାଣ୍ଡ ଘଟିବା ବେଳେ ଘରେ ଶୋଇଥିବା ସମସ୍ତେ ପଦାକୁ ଚାଲି ଆସିବାରୁ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିଲା। ଖବର ପାଇ ତହସିଲଦାର ତପନ କୁମାର ଖୁଣ୍ଟିଆ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଗ୍ନିବିପନ୍ନ ପରିବାରଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବା ଲାଗି ଘୋଷଣା କରିଥିଲେ। ସରପଞ୍ଚଙ୍କ ପ୍ରତିନିଧି ମନୋଜ କୁମାର ନାୟକ ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ମହାପାତ୍ର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆର୍ଥିକ ସହାୟତା ସହିତ କମ୍ବଳ, ବସ୍ତ୍ର ଓ ଚାଉଳ ଆଦି ପ୍ରଦାନ କରିଥିବା ଜଣାପଡିଛି।

Comments are closed.