ନିଆଁ ପୁଉଁଥିବା ସମୟରେ ଜଳି ନାବାଳିକା ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମର ଜଣକ ଘରକୁ ବୁଲି ଆସିଥିବା ଜଣେ ନାବାଳିକା ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ନାବାଳିକା ଘଟଗାଁ ବ୍ଲକ ବାଣକାଣ୍ଡ ଗ୍ରାମର ଚକ୍ର ଦଳେଇଙ୍କ ଝିଅ ମୋନାଲିସା ଦଳେଇ(୧୫)ବୋଲି ଜଣାପଡ଼ିଛି । ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିବା ମୋନାଲିସା ଆଜି ସକାଳେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୁଇଁ ହେଉଥିବା ସମୟରେ ତାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେକୁ ନିଆଯାଇଛି ।

Comments are closed.