ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

0

ରାଉରକେଲା/ ଖୋର୍ଦ୍ଧା: ଦୁଇଟି ଅଲଗା ଅଲଗା ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ଆଜି ସକାଳେ ରାଉରକେଲା କୋଅପରେଟିଭ୍‌ କଲୋନିର ଶ୍ରୀକୁମାର ସାହୁଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର ଜଳି ପୋଡି ନଷ୍ଟ ହେବା ସହ ଦୁଇଟି ଗାଡି ଜଳି ଯାଇଛି । ବିଜୁଳି ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସେହିପରି ଖୋର୍ଦ୍ଧା ଜିଲା ଦଳେଇପୁଟ ଗ୍ରାମର ଜଣଙ୍କ ଘରେ ନିଆଁ ଲାଗି ୪ ବଖରା ଘର ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଏଥିରେ ମୃତାହତ ହୋଇନଥିବା ଜଣାପଡିଛି ।

Leave A Reply