ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ମୁରୁସୁଆଁ ଗ୍ରାମରେ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଗ୍ରାମର ମକରଧ୍ବଜ ଦେହୁରୀଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଘରେ କେହି ନଥିବା ସମୟରେ ଏକ ଇଲେକଟ୍ରିକ୍ ସ୍ୱିଇଚ୍ ବୋର୍ଡରୁ ସଟ୍ ସର୍କିଟ୍ ହୋଇ ଘର ଭିତରେ ନିଆଁ ସବୁ ଆଡ଼େ ବ୍ୟାପି ଥିଲା । ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ପଡିଶା ଲୋକେ ରୁଣ୍ଡ ହେବା ସହ ନିଆଁ ଅନ୍ୟ ଘରକୁ ବ୍ୟାପିବା ପୂର୍ବରୁ ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଓ୍ବାସିଙ୍ଗ ମେସିନ, ଏଲସିଡି, ଆଲଣା, ଲୁଗାପଟା ଓ ନଗଦ ଟଙ୍କା ସହ ବହୁ ଘରୋଇ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି ।

Comments are closed.