ମାର୍କେଟ୍ କମ୍ପ୍‌ଲେକ୍ସ‌ରେ ଭୟାବହ ଅଗ୍ନିକାଣ୍ଡ

ରାଇରଙ୍ଗପୁର : ରାଇରଙ୍ଗପୁର ସହର ଗୋଲାଇ ଛକ ନିକଟସ୍ଥ ଫ୍ରେଣ୍ଡସ କର୍ଣ୍ଣର ବ୍ୟବସାୟ ପ୍ରତିଷ୍ଠାନ ଓ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି। ଘଟଣା ସ୍ଥଳରେ ମୟୂରଭଞ୍ଜ ଏସପି, ରାଇରଙ୍ଗପୁର ଉପଜିଲ୍ଲାପାଳ, ଏସଡିପିଓ, ପୁଲିସ ଫୋର୍ସ ପହଞ୍ଚିଥିବାବେଳେ ନିଆଁ ଲିଭାଇବା ପାଇଁ ସାତଟି ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ନିୟୋଜିତ ହୋଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Comments are closed.