ମାଓ-ସୁରକ୍ଷା ବାହିନୀ ଗୁଳି ବିନିମୟ; ପୁଲିସ କନଷ୍ଟେବଳଙ୍କ ସହ ୨ ମୃତ

ରାଞ୍ଚି:     ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲାର କରାଇକେଲା ଥାନା ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିିନିମୟରେ ଜଣେ ପୁଲିସ କନଷ୍ଟେବଳ ଓ ଜଣେ ସାଧାରଣ ଜନତା ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ କି ପୁଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବରେ ସଂପୃକ୍ତ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ସମ୍ପର୍କରେ କମ୍ବିଂ ଆରମ୍ଭ କରିଥିଲେ ।

ସିଆରପିଏଫ୍ ଜବାନ ମାନେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଚଳାଇଥିବାବେଳେ ଅଚାନକ ମାଓବାଦୀମାନେ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ । ସିଆରପିଏଫ୍ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା । ଏଥିରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ପଳାଇଥିଲେ । ମାତ୍ର ସେମାନଙ୍କ ଗୁଳିରେ ଜଣେ ସାଧାରଣ ଲୋକ ଓ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

ଚାଇଁବସା ପୁଲିସ ଅଧୀକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଓବାଦୀମାନେ ସେଠାରେ ଜଣେ ସ୍ଥାନୀୟ ଲୋକଙ୍କ ଘରେ ଲୁଚି ରହିଥିଲେ । ପୁଲିସ ଓ ସିଆରପିଏଫ୍ ଯେତେବେଳେ କମ୍ବିଂ ଆରମ୍ଭ କରିଥିଲେ ସେତେବେଳେ ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ।

Comments are closed.