ସମଲେଶ୍ବରୀ ମନ୍ଦିର ପରିସରରେ ଭୋଗ ଦୋକାନରେ ନିଆଁ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଥିବା ଖବର ମିଳିଛି ।  ଲକଡାଉନ୍ ଯୋଗୁ ଦୋକାନ ବନ୍ଦ ଥିବାବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।  ଦୋକାନରେନଡ଼ିଆ, ଘିଅ, ସମେତ ଅନେକ ପୂଜା ସାମଗ୍ରୀ ରହିଥିଲା ବୋଲି ଦୋକାନ ମାଲିକ କୋଦର୍ଡ ରାୟ କହିଛନ୍ତି । ଖବର ପାଇ ଦୁଇ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ । କେଉଁ କାରଣରୁ ନିଆଁ ଲାଗିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ।

Comments are closed.