ସମଲେଶ୍ୱରୀ ଏକ୍ସପ୍ରେସର ଅଗ୍ନିକାଣ୍ଡ

0

ସମ୍ବଲପୁର: ସମଲେଶ୍ୱରୀ ଏକ୍ସପ୍ରେସର ଏକ ଏୟାର କଣ୍ଡିସନର ବଗିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଟ୍ରେନଟି ରାଉରକେଲାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ଆଜି ସକାଳେ ଟ୍ରେନ୍‌ଟି ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପରେ ଏକ ବଗିରୁ ଧୂଆଁ ବାହାରୁ ଥିବା ଜଣେ ମହିଳା ଦେଖିଥିଲେ । ଏନେଇ ରେଳ କର୍ମଚାରୀଙ୍କୁ ଜଣାଇବା ପରେ ଯାତ୍ରୀମାନଙ୍କ ସହାୟତାରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଏସିର ସଟ୍ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପରେ ବଗିରୁ ଏସି ବନ୍ଦ କରି ଦିଆଯାଇଥିଲା ଏବଂ ବିନା ଏସିରେ ଟ୍ରେନଟି ଝାରସୁଗୁଡ଼ା ଷ୍ଟେସନରୁ ଯାଇ ସମ୍ବଲପୁର ଷ୍ଟେସନରେ ପହଞ୍ଚିଥିଲା । ସେଠାରେ ବଗି ବଦଳା ଯିବା ପରେ ଟ୍ରେନ ଷ୍ଟେସନ ଛାଡିଥିଲା ।

Leave A Reply