ନିଆଁ ଲଗାଇ ବୋହୂକୁ ହତ୍ୟା ଉଦ୍ୟମ, ଶ୍ବଶୁର ଅଟକ

ଭୁବନେଶ୍ୱର: ମୟୂରଭଞ୍ଜ ଖୁଣ୍ଟା ଥାନା ସାଇଁକୁଳା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ନିଆଁରେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପଡୋଶୀମାନେ ଘର ଭିତରୁ ମହିଳାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ। ପରେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହା ସହ ମହିଳାଙ୍କ ଶ୍ବଶୁରଙ୍କୁ ଗ୍ରାମବାସୀମାନେ ଅଟକ ରଖିଛନ୍ତି। କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଶାଶୁଘର ଲୋକେ ଉଦ୍ୟମ କରୁଥିବା ପୀଡ଼ିତା ନିଜେ ବୟାନ ଦେଇଛନ୍ତି। ପୀଡିତାଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments are closed.