ଅଗ୍ନିକାଣ୍ଡରେ ଜଳିଗଲା କାର୍ଟୁନ ଗୋଦାମ; ଅଳ୍ପକେ ବର୍ତ୍ତିଲେ ମାଲିକ

ମୟୂରଭଞ୍ଜ: ବାରିପଦା ସହର ଅନ୍ତର୍ଗତ ମଞ୍ଚାବନ୍ଧାରେ ଥିବା ଏକ କାର୍ଟୁନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଗୋଦାମର ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଏତେ ବଡ ଧରଣର ଥିଲା ଯେ ନିଆଁ ଲିଭା କାର୍ଯ୍ୟ ଆଜି ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ସର୍ଟସର୍ଟିକରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Comments are closed.