ଅଗ୍ନିକାଣ୍ଡରେ ୩ଟି ପରିବାର ସର୍ବସ୍ବାନ୍ତ

ଭଦ୍ରକ: ଆଗିରପଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଘର ଜଳି ଯାଇଛି। ଗୋଟିଏ ଗ୍ରାମର ୩ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ଅଗିରାଗଡିଆ ଗ୍ରାମରେ କୌଣସି କାରଣରୁ ଗୋଟିଏ ଘରେ ପ୍ରଥମେ ନିଆଁ ଲାଗିଯାଇଥିଲା। ପରେ ଚାହୁଁ ଚାହୁଁ ଆଖପାଖ ଘରକୁ ବ୍ୟାପିଥିଲା। ଖବର ପାଇଁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ହେଲେ ସେତେବେଳକୁ ୩ଟି ପରିବାର ସର୍ବସ୍ବାନ୍ତ ହୋଇ ସାରିଥିଲେ। ୧୫ ବଖରା ଘର ସହ ସମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇଯାଇଥିଲା। ଏହା ସହ ୫ଟି ଗୋରୁ ଓ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ।

Comments are closed.