ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ; ୩ଛାତ୍ର ଆହତ

ଗୋପାଳପୁର: ବ୍ରହ୍ମପୁର ଉପକଣ୍ଠ ଶୀତଳା ପଲ୍ଲୀ ଠାରେ ଥିବା ପାରଳାମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଗ୍ନିକାଣ୍ଡ ଘଟି ୩ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । କ୍ୟାମ୍ପସ ପରିସରରେ ଥିବା ଏକ ହଷ୍ଟେଲରେ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ୧୦ଟା ବେଳେ ଏକ ବାଳକ ହଷ୍ଟେଲରେ ଥିବା ଗ୍ୟାସ ପାଇପ୍ ରୁ ଲିକ ହୋଇ ନିଆଁ ଲାଗିଥିଲା। ଫଳରେ ନିଆଁରେ ତିନ ଜଣ ଛାତ୍ର ପୋଡ଼ି ହୋଇ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଆହତ ଛାତ୍ରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ । ସେଠାରେ ଆହତ ଛାତ୍ରମାନଙ୍କ ଚିକିତ୍ସା ଜାରି ରହିଛି । ଆହତ ଛାତ୍ରମାନେ ସମ୍ପର୍ଣ୍ଣ ବିପଦମୁକ୍ତ ଥିବା କଲେଜ ଅଧ୍ୟକ୍ଷ ରଞ୍ଜନ ସ୍ବାଇଁ ସୂଚନା ଦେଇଛନ୍ତି । ଏହାକୁ ନେଇ କଲେଜ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ପରେ ପରିସ୍ଥିତି ନିୟନ୍ତ୍ରଣଧୀନ ହୋଇଥିଲା ।

Comments are closed.