ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରା ଘର

ଆସିକା : ଗଞ୍ଜାମ ଜିଲାର ଧରକୋଟ ବ୍ଳକ ଶରଧାପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ଟି ପରିବାରର ୩୦ ବଖରା ଘର ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Comments are closed.