କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ

ଉମରକୋଟ : କେନ୍ଦୁପତ୍ର ଗୋଦାମରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ୨୦ରୁ ୩୦ ଜଣ ଦୁର୍ବୃତ୍ତ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗାଇ ଦେଇଛନ୍ତି । ଗୋଦାମରେ ଥିବା ୯ ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି । ନକ୍ସଲମାନେ ଏହି ଅଗ୍ନିକାଣ୍ଡ ଘଟାଇ ଥିବା ଉମରକୋଟ ଏସଡିପିଓ ହେମନ୍ତ ପାଢୀ ସନ୍ଦେହ କରୁଛନ୍ତି ।

Comments are closed.