ମିଠା ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରାରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ପାଟକୁରା ଡାକ୍ତରଖାନା ସମ୍ମୁଖରେ ଥିବା ମିଠା ଦୋକାନ ଓ ହୋଟେଲରେ ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି। ତେବେ ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

 

Comments are closed.