ଦୁଇଟି ଗ୍ରାମରେ ଅଗ୍ନିକାଣ୍ଡ

ଆନନ୍ଦପୁର : କେନ୍ଦୁଝର ଜିଲା ଅକରୁଆ ଓ ଫକୀରପୁର ଗ୍ରାମରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୪ବଖରା ଭସ୍ମ ହୋଇଯାଇଥିବା ବେଳେ ଅନେକ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ଅକରୁଆରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଫକୀରପୁରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଦମକଳ ବାହିନୀ ଉଭୟ ଗ୍ରାମକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ।

Comments are closed.