ନିଆଁରେ ପୋଡି ହୋଇ ୪ ଗୁରୁତର

0

ବଲାଙ୍ଗୀର : ନିଆଁରେ ପୋଡି ହୋଇ ପରିବାରର ୪ଜଣ ଗୁରୁତର ହୋଇଛନ୍ତି। ଅଗ୍ନିକାଣ୍ଡରେ ସ୍ବାମୀ, ସ୍ତ୍ରୀ ଓ ତାଙ୍କର ନାବାଳକ ପୁଅଝିଅ ଗୁରୁତର ହୋଇଛନ୍ତି। ଏପରି ଘଟଣା ସୋନପୁର ଜିଲା ତରଭା ସହରର ନୂଆପଡା ଠାରେ ଘଟିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜରେ ଭିର୍ତ୍ତି କରାଯାଇଛି। ସ୍ତ୍ରୀ କୌଣସି କାରଣରୁ ଆତ୍ମହତ୍ୟା କରୁଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ଓ ପିଲାମାନେ ନିଆଁରେ ପୋଡି ହୋଇଯାଇଥିଲେ। ତେବେ ପାରିବାରିକ କଳହରୁ ଏପରି ହୋଇଥିବା ସ୍ବାମୀ ସୂଚନା ଦେଇଛନ୍ତି।

Leave A Reply