ନିଆଁରେ ପୋଡି ହୋଇ ମହିଳା ଗୁରୁତର

0

ସମ୍ବଲପୁର : ହୀରାକୁଦ ଅଞ୍ଚଳରେ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାର ଜଣାପଡିଛଇ। ତେବେ ମହିଳା ଜଣକ ନିଆଁରେ କିପରି ପୋଡି ହେଲେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ପୁଲିସ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ, କିଛି ଦିନ ଧରି ମହିଳାଙ୍କ ସହ ତାଙ୍କ ସ୍ବାମୀଙ୍କର ପାଟିତୁଣ୍ଡ ଲାଗି ରହୁଥିବାର ଜଣାପଡିଛି।

 

 

 

Leave A Reply