ମହାରାଷ୍ଟ୍ର ସରକାରୀ ଡ଼ାକ୍ତରଖାନାର ଆଇସିୟୁରେ ନିଆଁ, ବର୍ତିଗଲେ ୧୫ ରୋଗୀ

କୋହ୍ଲାପୁର: ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାପରେ ନିଆଁକୁ ଆୟତ କରାଯାଇଛି ।

ଏପଟେ ଆଇସିୟୁ ବିଭାଗରେ ଥିବା ସମସ୍ତ ୧୫ ଜଣ ରୋଗୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କାରଣ ଯୋଗୁଁ ଅଳ୍ପକେ ୧୫ ରୋଗୀଙ୍କ ଜୀବନ ବଞ୍ଚିଯାଇଛି । ଏହି ଡ଼ାକ୍ତରଖାନାରେ କରୋନା ରୋଗୀ ଚିକିତ୍ସିତ ହେଉଥିଲେ କି ନାହିଁ ତାହା ଜଣା ପଡ଼ିନାହିଁ ।

Comments are closed.