କୋଭିଡ ଆଇନକୁ ଅଣଦେଖା ଅଭିଯୋଗ : ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଥାନାରେ ଏତଲା

ପୁରୀ : ସ୍ୱର୍ଗଦ୍ୱାର ଠାରେ ରବିବାର ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ କୋଭିଡ୍ ଆଇନକୁ ଅଣଦେଖା କରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ନିମାପଡ଼ା ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାମରେ ସମୂଦ୍ରକୂଳ ଥାନାରେ ଜଗନ୍ନାଥ ସେନା ପକ୍ଷରୁ ଆଜି ଏତଲା ଦିଆଯାଇଛି।
ଜଗନ୍ନାଥ ସେନା ପକ୍ଷରୁ ଏତଲାରେ ଦର୍ଶାଯାଇଛି ଯେ, ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍‍ ଥାଇ କିପରି ପୁରୀ ସ୍ୱର୍ଗଦ୍ୱାରକୁ ଆସି ମହାରଥୀଙ୍କ ଶେଷକୃତ୍ୟରେ ସାମିଲ୍‍ ହେଲେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା’ର ଜବାବ ରଖିବା ପାଇଁ ସେ ଦାବି କରିଛନ୍ତି। ପୂର୍ବରୁ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସେନା ପକ୍ଷରୁ ଦାବି କରାଯିବା ସହ ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ବେଳେ ସାମାଜିକ ଦୂରତା ଉଲ୍ଲଙ୍ଘନ ଅଭିଯୋଗରେ ପୋଲିସ ସେନାର କିଛି କର୍ମୀଙ୍କୁ ଗିରଫ କରିଥଲା। ତେବେ ଓଡ଼ିଶାରେ କ’ଣ ଦୁଇ ପ୍ରକାର ଆଇନ୍‍ ଚାଲିଛି ବୋଲିଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

Comments are closed.