ଡାକ୍ତରଙ୍କୁ ଦୁର୍ବ୍ୟବହାର; କହ୍ନେୟାଙ୍କ ବିରୋଧରେ ମାମଲା ରୁଜୁ

0

ପାଟନା : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପାଟନାସ୍ଥିତ ଅଖଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମ୍ସ)ର କନିଷ୍ଠ ଡାକ୍ତରଙ୍କ ସହିତ ଝଗଡା କରିବାକୁ ନେଇ ରବିବାର ସନ୍ଧ୍ୟାରେ କହ୍ନେୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏମ୍ସ ପ୍ରଶାସନ ଫୁଲୱାରି ସରିଫ ଥାନାରେ କେହ୍ନୟାଙ୍କ ବିରୋଧରେ ଏଫଆଇଆର ଦାୟର କରିଛି। କହ୍ନେୟାଙ୍କ ବ୍ୟତୀତ ଏଆଇଏସ୍‍ଏଫର ବିହାର ମୁଖ୍ୟ ସୁଶୀଲ କୁମାର ଓ ଅନ୍ୟ ୮୦ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। କହ୍ନେୟା ଓ ତାଙ୍କ ସାଥୀମାନେ ଏମ୍ସର ଟ୍ରମା ଜରୁରୀ ୟୁନିଟ୍‍କୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜୁନିୟର ଡାକ୍ତରମାନେ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାକୁ ନେଇ ଡାକ୍ତରମାନେ କାମ ବନ୍ଦ କରିଥିଲେ।

Leave A Reply