୪ ଆଇଆଇଟି ପ୍ରାଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

0

କାନପୁର : ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ ଅଫ ଟେକ୍‍ନୋଲଜି (ଆଇଆଇଟି) କାନପୁରର ୪ଜଣ ପ୍ରାଧ୍ୟାପକଙ୍କ ନାମରେ ନିମ୍ନ ଜାତିର ସହଯୋଗୀଙ୍କୁ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି। ଜଣେ ବାହାର ବ୍ୟକ୍ତିଙ୍କ ନାମରେ ମଧ୍ୟ ଏହି ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଉଛନ୍ତି ଏରୋସ୍ପେସ୍‍ ଇଞ୍ଜନିୟରିଂ ବିଭାଗର ଅଧ୍ୟାପକ। ସେ ଏ ସମ୍ପର୍କରେ ଆଇଆଇଟି ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଅଭିଯୋଗ ପତ୍ରରେ ପ୍ରାଧ୍ୟାପକ ଇଶାନ୍‍ ଶର୍ମା, ସଞ୍ଜୟ ମିତ୍ତଲ, ରାଜୀବ ଶେଖର ଓ ସି.ଏସ୍‍ ଉପାଧ୍ୟାୟଙ୍କ ନାମ ରହିଛି। ଥାନାରେ ମଧ୍ୟ ଏମାନଙ୍କ ବିରୋଧରେ ଏତଲା ଦାୟର ହୋଇଛି। ଅଭିଯୋଗକାରୀ ଯୋଗ୍ୟତା ବଳରେ ନୁହେଁ; ବରଂ ସଂରକ୍ଷଣ ମାଧ୍ୟମରେ ଚାକିରି କରିଛନ୍ତି, ଠିକ୍‍ ଭାବେ ପାଠ ପଢ଼ାଇପାରୁ ନାହାନ୍ତି ବୋଲି ଅଭିଯୁକ୍ତମାନେ ତାଙ୍କୁ ସମାଲୋଚନା କରୁଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି।

Comments
Loading...