ରିପବ୍ଲିକ ଟିଭି ସମ୍ପାଦକୀୟ ଟିମ୍ ବିରୋଧରେ ଏତଲା

ମୁମ୍ବଇ : ରିପବ୍ଲିକ ଟିଭିର ସମ୍ପାଦକୀୟ ଟିମ୍ ସହିତ ହଜାରେ ଜଣଙ୍କ ବିରୋଧରେ ମୁମ୍ବଇ ପୁଲିସ ଏଫ୍‌ଆଇଆର ରୁଜୁ କରିଛି। ମୁମ୍ବଇ ପୁଲିସ କର୍ମଚାରୀଙ୍କ ବିରୋଧରେ ବିଦ୍ରୋହ ସୃଷ୍ଟି କରିବା ଅଭିଯୋଗରେ ଶୁକ୍ରବାର ଏହି ଏଫଆଇଆର ରୁଜୁ ହୋଇଛି। ଏନଏମ୍ ଜୋଷୀ ମାର୍ଗ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗକାରୀ ସବ୍‌ ଇନ୍ସପେକ୍ଟର ଶଶୀକାନ୍ତ ପୱାର ତାଙ୍କ ଏତଲାରେ ରିପବ୍ଲିକ ଟିଭିର ଡେପୁଟି ଏଡିଟର ସାଗରିକ ମିତ୍ର, ଆଙ୍କର ଶିବାନୀ ଗୁପ୍ତା, ଡେପୁଟି ଏଡିଟର ସାୱାନ ସେନ, କାର୍ଯ୍ୟନିର୍ବାହୀ ସମ୍ପାଦକ ନିରଞ୍ଜନ ନାରାୟଣସ୍ବାମୀ, ନ୍ୟୁଜ ରୁମ୍ ଇନଚାର୍ଜ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି। ଅଭିଯୋଗ ଅନୁଯାୟୀ ରିପବ୍ଲିକ ଟିଭି ଇଂରାଜୀ ଚାନେଲ ଏକ ରିପୋର୍ଟ ପ୍ରସାରଣ କରିଥିଲା ଯେଉଁଥିରେ ମୁମ୍ବଇ ପୁଲିସ ସମ୍ପର୍କରେ ବିଦ୍ରୋହକୁ ଉସୁକାଇଥିଲା।

Comments are closed.