ଆପଣଙ୍କର ମଧ୍ୟ ଆଙ୍ଗୁଳି ଫୁଟାଇବା ଅଭ୍ୟାସ ରହିଛି କି? ହୋଇଯାଆନ୍ତୁ ସାବଧାନ!

0

ଆଙ୍ଗୁଳି ଫୁଟାଇବା ଅଭ୍ୟାସ ପ୍ରାୟ ବହୁତ ଲୋକଙ୍କର ରହିଥାଏ। ଏହି ଅଭ୍ୟାସ ଏମିତି ହୋଇଯାଇଥାଏ ଯେ ଜାଣତରେ ହେଉ ବା ଅଜଣାତରେ ହେଉ ଆପେଆପେ ଆମେ ଆଙ୍ଗୁଳି ଫୁଟାବାକୁ ଲାଗନ୍ତି। ଦୀର୍ଘ ସମୟ ଧରି କାମ କରିଲେ ମଧ୍ୟ ଆମେ କ୍ଳାନ୍ତି ଅନୁଭବ କରିଥାଉ ଓ ଆଙ୍ଗୁଠିରେ ମଧ୍ୟ କଷ୍ଟ ହୋଇଥାଏ। ଯେଉଁଥିପାଇଁ ଆଙ୍ଗୁଠି ଫୁଟାଇବା ଦ୍ୱାରା ଟିକେ ଆରମ୍ଭ ଅନୁଭୂତ ହୋଇଥାଏ। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଜାଣନ୍ତି ଯେ, ଆଙ୍ଗୁଠି ଫୁଟାଇବା ଆମ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଆଙ୍ଗୁଠି ଫୁଟାଇବା ଦ୍ବାରା ଆମର କି କ୍ଷତି ହୋଇଥାଏ –

ଆଙ୍ଗୁଠି ଫୁଟାଇବା ଦ୍ୱାରା ହାଡ଼ ଉପରେ ଖରାପ ପ୍ରଭାବ ପଡିଥାଏ। ହାତ ଗୋଡର ଆଙ୍ଗୁଠି ଫୁଟାଇବା ଦ୍ୱାରା କାମ କରିବା କ୍ଷମତା କମି ଯାଇଥାଏ। ଆଙ୍ଗୁଠି ସନ୍ଧି ଏବଂ ଆଣ୍ଠୁ ସନ୍ଧିରେ ସିନୋଭିଆଲ ଫ୍ଲୁଇଡ଼ ନାମକ ଲିକୁଇଡ଼୍ ଥାଏ। ଏହି ଲିକୁଇଡ଼୍ ହାଡ଼ ମାନଙ୍କୁ ଯୋଡିବାର କାମ କରିଥାଏ। ଗାଡ଼ି ମଟରରେ ଗ୍ରିସ୍ ର କାମ ଯେମିତି ହାଡ଼ରେ ସିନୋଭିଆଲ ଫ୍ଲୁଇଡ଼ ଲିକୁଇଡ଼ର କାମ ମଧ୍ୟ ଠିକ୍ ସେମିତି। ଏହି ଲିକୁଇଡ଼୍ ଶରୀରର ହାଡ଼ ଗୁଡିକୁ ପରସ୍ପର ସହ ଘଷି ହେବାରୁ ରକ୍ଷା କରିଥାଏ। ଏହି ଲିକୁଇଡ଼ରେ ଥିବା କାର୍ବନ ଡାଇଅକ୍ସାଇଡ ଜାଗାରେ ପାଣି ଫୋଟକା ଭଳି ଫୋଟକା ପ୍ରସ୍ତୁତ କରିଥାଏ। ତେବେ ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ଫୋଟକା ଫାଟି ଯାଇଥାଏ।

ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ସିନୋଭିଆଲ ଫ୍ଲୁଇଡ଼ ଲିକୁଇଡ଼ କମିଯାଏ। ଶରୀରରେ ସିନୋଭିଆଲ ଫ୍ଲୁଇଡ଼ କମିଗଲେ ଗଣ୍ଠି ରୋଗ ସୃଷ୍ଟି ହୋଇଥାଏ। ଏହାବ୍ୟତୀତ ସନ୍ଧି ଗୁଡିକୁ ବାରମ୍ବାର ଟାଣିଲେ ସନ୍ଧି ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଆଙ୍ଗୁଠି ଫୁଟାଇବା ଦ୍ୱାରା ହାତର କୋମଳ ଟିସୁ ମଧ୍ୟ ନଷ୍ଟ ହୋଇଯାଇଥାଏ। ତେଣୁ ଆଙ୍ଗୁଳି ଫୁଟାଇବାର ଅଭ୍ୟାସ ଛାଡ଼ନ୍ତୁ।

Leave A Reply