ବୌଦ୍ଧ ପୁଲିସ ପକ୍ଷରୁ ଅମାନିଆଁ ଗାଡି ଚାଳକଙ୍କୁ ଜରିମାନା

ବୌଦ୍ଧ: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ନିର୍ଦ୍ଦେଶରେ ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ଅମାନିଆ ଗାଡିଚାଳକମାନଙ୍କଠାରୁ ୬୬ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗୁରୁବାର ଦିନ ୧୯ ଜଣଙ୍କୁ ୨୭ ହଜାର, ଶୁକ୍ରବାର ୩୪ ଜଣଙ୍କୁ ୨୮ ହଜାର ଟଙ୍କା ଜରିମାନା ପକାଯାଇଥିବା ବେଳେ ଶନିବାର ୧୧ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଗୋଟିଏ ବାଇକରେ ଦୁଇ ଜଣରୁ ଅଧିକ ଯାତ୍ରୀ ବସି ଯିବା ଆସିବା କରିବା, ହେଲମେଟ ନ ପିନ୍ଧିବା, ବାଇକ ଚଳାଇବା ସମୟରେ ମୋବାଇଲରେ କଥା ହେବା ଆଦି ଟ୍ରାଫିକ ନିମୟ ଉଲ୍ଲଂଘନକାରୀଙ୍କଠାରୁ ଏହି ଜରିମାନା ଅର୍ଥ ଆଦାୟ କରାଯାଇଥିଲା।

Comments are closed.