ପାଟଣାରେ ଅମାନିଆଙ୍କୁ ଜୋରିମାନା

ପାଟଣା : ପାଟଣା ତହସିଲଦାର ତାପସ କୁମାର ଦେହୁରୀ ଓ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଆଜି ପାଟଣା ବଜାର ଅଞ୍ଚଳରେ ପଇଁତରା ଦେବା ସମୟରେ କରୋନା କଟକଣା ଉଲ୍ଲଂଘନ ମାମଲାରେ ୪ ଦୋକାନୀଙ୍କୁ ଜୋରିମାନା କରିଛନ୍ତି। ୪ ଦୋକାନୀଙ୍କୁ ମୋଟ ଦୁଇ ହଜାର ଟଙ୍କା ଜୋରିମାନା କରାଯାଇଛି। ବଜାର ଅଞ୍ଚଳକୁ ଦୁଇଜଣ ବସି ବାଇକରେ ଆସୁଥିବା ବ୍ୟକ୍ତି ଓ ଦୋକାନ ଆଗରେ ଗହଳି ନ କରିବାକୁ ଦୋକାନୀମାନଙ୍କୁ ମଧ୍ୟ ତାଗିଦ୍ କରାଯାଇଥିବା ଜଣାପଡିଛି।

Comments are closed.