ନିମ୍ନ ଆୟକାରୀ ମହିଳାଙ୍କୁ ଆର୍ଥିକ ସାଧନର ସୁଯୋଗ ଉପଲବ୍ଧ କରାଗଲେ ସେମାନଙ୍କର ଆର୍ଥିକ ନିରାପତ୍ତା ଓ ସମୃଦ୍ଧି ସମ୍ଭବ ହେବ

ଭୁବନେଶ୍ୱର: ନିମ୍ନ ଆୟକାରୀ ମହିଳାମାନଙ୍କୁ ଆର୍ଥିକ ସାଧନ ଯୋଗାଇ ଦିଆଗଲେ ସେମାନଙ୍କର ଆର୍ଥିକ ନିରାପତ୍ତା ଓ ସମୃଦ୍ଧି ସମ୍ଭବ ହୋଇପାରିବ। ଏହି ଲକ୍ଷ୍ୟ ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ ବରୋଦା ଏବଂ ବିଶ୍ୱର ଅନ୍ୟତମ ଅଗ୍ରଣୀ ଅଣ ଲାଭଜନକ ସଂସ୍ଥା ଓମେନ୍ସ ୱାର୍ଲଡ ବ୍ୟାଙ୍କିଙ୍ଗ ହାତ ମିଳାଇଛନ୍ତି। ଦୁଇ ସଂସ୍ଥା ପକ୍ଷରୁ ଏହି ମର୍ମରେ ସଂପ୍ରତି ‘ଜନ ଧନର ଶକ୍ତି: ଭାରତରେ ମହିଳାଙ୍କ ପାଇଁ ଆର୍ଥିକ ସହାୟତା ଫଳପ୍ରଦ ହେଉଛି’ ଶୀଷର୍କ ଏକ ନୂଆ ରିପୋର୍ଟ ଉନ୍ମୋଚନ କରାଯାଇଛି। ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ପ୍ରାୟ ୧୦ କୋଟି ନିମ୍ନ ଆୟକାରୀ ମହିଳାଙ୍କୁ ସେବା ଯୋଗାଇ ଦିଆଗଲେ ଭାରତରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରାୟ ୨୫,୦୦୦ କୋଟି ଟଙ୍କାର ଜମା ଆକାରରେ ସଂଗ୍ରହ କରିପାରିବେ ଏବଂ ତାହାସହିତ ପ୍ରାୟ ୪୦ କୋଟି ନିମ୍ନ ଆୟକାରୀ ଭାରତୀୟଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇପାରିବ। ଏଥିରେ ନିମ୍ନ ଆୟକାରୀ ମହିଳା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସହାୟତା କରିବା ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ମଜଭୁତ କରିବା କ୍ଷେତ୍ରରେ ସଞ୍ଚୟକୁ ଏକ ଶକ୍ତିଶାଳୀ ସାଧନ ଭାବରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ଆକାଉଣ୍ଟଧାରୀଙ୍କୁ ସଫଳତାର ସହିତ ସଶକ୍ତ କରିବା ଦିଗରେ ଏହା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ନୀତି ନିର୍ଦ୍ଧାରଣକାରୀଙ୍କର ପାଇଁ କେତେକ ସୁପାରିଶ କରିଛି।

Comments are closed.