ବାପା ମାଆ ଛେଉଣ୍ଡ ଯୁବକର ଚିକିତ୍ସା ପାଇଁ ଅର୍ଥବାଧକ

ନବରଙ୍ଗପୁର: ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଚାଟିଗୁଡାରେ ଗରୀବ ବାପା ମାଆ ଛେଉଣ୍ଡ ଦୁଇ ଭାଇ ଭଉଣୀ ରହୁଛନ୍ତି। ଗତ ୭ବର୍ଷହେଲା ବାପା ମାଆ ଆରପାରିରେ। ଏହି ଗରୀବ ଦୁଇ ଭାଇ ଉଭଣୀ ଙ୍କର ଅବସ୍ଥା କହିଲେ ନସରେ। ଗ୍ରାମର ସ୍ୱର୍ଗତ କମଳଲୋଚନ ଗୈାଡଙ୍କର ଦୁଇ ପୁଅ ଝୀଅ ହେମନ୍ତ ଗୈାଡ (୧୯) ଓ ଭଉଣୀ ପାର୍ବତୀ ଗୈାଡ (୧୭) ରହିଛନ୍ତି। ଏହି ଦୁଇ ଭାଇ ଭଉଣୀ ସାଙ୍ଗରେ ରହିବା ସହ କୁଲି କାମ କରି ପେଟପୋଷନ୍ତି। ହେମନ୍ତକୁ ଏକ ବର୍ଷ ହେଲା ବେକସାରା ଘା’ ହୋଇଛି। ଏହି ଘା’ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଶୁଖୁ ନ ଥିବା ଜଣାପଡିଛି। ସେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସା କରିଥିଲେ ହେଁ କୈାଣସି ସୁଫଳ ମିଳିନାହିଁ। ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜକୁ ଯାଇ ଦେଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଗରୀବ କାରଣରୁ ଓ ଅର୍ଥାଭାବ ଯୋଗୁଁ ଅଧିକ ଚିକିତ୍ସା ପାଇଁ ଯାଇ ପାରୁନଥିବା ପ୍ରକାଶ କରିଛନ୍ତି। ଜଣେ ଯୁବକର ଏଭଳିଅବସ୍ଥା ଦେଖି ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିବା ସହ ସରକାରୀ ସହାୟତା କରିବାକୁ ନିବେଦନ କରିଛନ୍ତି।

Comments are closed.