ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ଦିବଂଗତ ଟ୍ରକ ମାଲିକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା

ପାଟଣା: ଘଟଗାଁ ବ୍ଲକ ମେଲାଣ ଗ୍ରାମର ଦିବଂଗତ ଟ୍ରକ ମାଲିକ ସୁରେଇ ସିଂ ମାଝୀଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଏହି ପରିବାରକୁ ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ସହାୟତାର ହାତ ବଢ଼ାଇଛି। ଦିବଂଗତ ଟ୍ରକ ମାଲିକଙ୍କ ପତ୍ନୀ ଆରସୁ ମାଝୀଙ୍କୁ ସଂଘ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର, କାର୍ଯ୍ୟକାରୀ ସଦସ୍ୟ ଘଟଗାଁ ମଣ୍ଡଳ ଅଜୟ କୁମାର ସାହୁ ଢେଙ୍କିକୋଟ ମଣ୍ଡଳର ବିଜୟ କୁମାର ସାହୁ ପ୍ରମୁଖ ସଂଘ ସଦସ୍ୟ ଟ୍ରକ ମାଲିକ ରାଜେନ୍ଦ୍ର ସାହୁ, ମହମ୍ମଦ ସାହିଦ, ପ୍ରଦୀପ ସାହୁ, ସମସେର ଖାନ, ଅନିରୁଦ୍ଧ ରଣା, ସତ୍ୟବ୍ରତ ରଥ ଓ ଅଜୟ ସାହୁ ପ୍ରମୁଖ ମେଲାଣ ଗ୍ରାମକୁ ଯାଇ ଦିବଂଗତ ଟ୍ରକ ମାଲିକଙ୍କ ପତ୍ନୀ ଆରସୁ ମାଝୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

Comments are closed.