ବୁଣାକାର ପରିବାରକୁ ସହାୟତା

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଆର୍ଥିକସ୍ତରରେ ସବୁ ବର୍ଗକୁ ପଛୁଆ କରିଦେଇଥିଲା ବେଳେ ଆଠଗଡ଼ ମାଣିଆବନ୍ଧ ବୁଣାକାର ପରିବାର ଏଥିରୁ ବାଦ୍‌ ପଡ଼ି ନ ଥିଲେ। ସେମାନଙ୍କ ପରିବାରକୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ସହ ମୁଖ୍ୟସ୍ରୋତକୁ ଫେରାଇଆଣିବା ଦିଗରେ ଭୁବନେଶ୍ବରର ପରିଚୟ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଛି। ଟେକ୍‌ ମହିନ୍ଦ୍ରା ସଂସ୍ଥା ସହାୟତାରେ ଫାଉଣ୍ଡେସନ ପକ୍ଷରୁ ମାଣିଆବନ୍ଧ ଗ୍ରାମର ୫୦୦ ମହିଳା ବୁଣାକାରଙ୍କୁ ସହାୟତା ଯୋଗାଇ ଦିଆଯିବାକୁ ପ୍ରୟାସ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗରିବ ବୁଣାକାର ପରିବାରକୁ ଖାଦ୍ୟ, ପୋଷାକ ଯୋଗାଇ ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ କୌଳିକ ବୃତ୍ତି ଆରମ୍ଭ କରିବା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ରାଜ୍ୟର ମହିଳା ବୁଣାକାରଙ୍କ ଲାଗି ‘ପରିଣିତି’ ପ୍ରକଳ୍ପ ଆରମ୍ଭ ହୋଇଛି ବୋଲି ପରିଚୟର ପ୍ରତିଷ୍ଠାତ୍ରୀ ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ର କହିଛନ୍ତି। କାର୍ଯ୍ୟକ୍ରମରେ ଟେକ୍‌ ମହିନ୍ଦ୍ରା ଫାଉଣ୍ଡେସନର ସିଏସଆର ମୁଖ୍ୟ ଶୋର୍ମି ଚୌଧୁରୀ, ରଶ୍ମି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.