ନୂଆବର୍ଷ ୨୦୨୦ରେ ଚମକିବ ଏହି ରାଶିର ଭାଗ୍ୟ, ଧନ ଲାଭ ସହ ଚାକିରି କ୍ଷେତ୍ରରେ ହେବ ପଦୋନ୍ନତି

ବେପାର ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ନୂଆ ବର୍ଷ କାହା ପାଇଁ ଉତ୍ତମ ରହିବ, ତ ଅନ୍ୟ କାହା ପାଇଁ କଷ୍ଟସାଧ୍ୟ ହୋଇପାରେ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂଆବର୍ଷ ୨୦୨୦ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହା ସହ କେତେକ ରାଶିର ଲୋକଙ୍କ ଭାଗ୍ୟୋଦୟ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଲୋକଙ୍କ ପାଇଁ ୨୦୨୦ ନୂଆବର୍ଷ ଶୁଭ ହେବା ସହ ଆର୍ଥିକ ଲାଭ ମଧ୍ୟ ଦେବ।

ମେଷ: ମେଷ ରାଶିର ଲୋକଙ୍କ ଚାକିରି କ୍ଷେତ୍ରରେ ଏହି ବର୍ଷ ଅତି ଉତ୍ତମ ରହିବ। ୨୦୨୦ରେ ଏହି ରାଶିର ଲୋକେ ଆର୍ଥିକ କ୍ଷେତ୍ରରେ ମଜଭୁତ ହେବ ସହ ଚାକିରି ଏବଂ ବେପାର ବାଣିଜ୍ୟରେ ମଧ୍ୟ ଆମଦାନୀ ବୃଦ୍ଧି ହେବ।

କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ନୂଆବର୍ଷ ଶୁଭମୟ ରହିବ। ଚାକିରିରେ ପଦୋନ୍ନତ୍ତି ହେବାର ସମ୍ଭାବନା ରହିଛି। ଏହି ବର୍ଷ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ସୁଦୃଢ ହେବ। ଏହି ବର୍ଷରେ ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ। ନୂଆ ଗାଡି, ଘର କିମ୍ବା ଅନ୍ୟ କୌଣସି ଜିନିଷ କିଣିବାର ସୌଭାଗ୍ୟ ପ୍ରାପ୍ତି ହେବ।

ବିଚ୍ଛା: ବିଚ୍ଛା ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ବର୍ଷ ଅତି ଶୁଭମୟ ରହିବ। ଏହି ରାଶିର ଲୋକେ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ଏହା ସହ ଆପଣଙ୍କର ଅର୍ଥ ଉର୍ପାଜନର ଉତ୍ସ ବୃଦ୍ଧି ହେବ। ଯଦି କିଛି ଋଣ କରିଛନ୍ତି ତେବେ ଆପଣ ଏହି ବର୍ଷ ତାହାକୁ ସୁଝି ଦେବେ।  

କୁମ୍ଭ: ଚାକିରି କ୍ଷେତ୍ରରେ ଏହି ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ୨୦୨୦ ଅତି ଉତ୍ତମ ରହିବ। କୁମ୍ଭ ରାଶିର ଲୋକଙ୍କ ପାଇଁ ନୂଆବର୍ଷ ଶୁଭ ହେବ ବୋଲି ସଙ୍କେତ ମିଳୁଛି। ଏହି ବର୍ଷରେ ଆପଣ ଏକରୁ ଅଧିକ ଉତ୍ସରୁ ଅର୍ଥ ଉର୍ପାଜନ କରିପାରିବେ। ଯାହା ଦ୍ବାରା ଆପଣଙ୍କର ଆମଦାନୀ ମଧ୍ୟ ବୃଦ୍ଧି ହେବ।

ମୀନ: ମୀନ ରାଶିର ଲୋକଙ୍କ ପାଇଁ ୨୦୨୦ ଆର୍ଥିକ ବର୍ଷ ଲାଭକାରୀ ରହିବ। ଏହି ବର୍ଷ ଆପଣ କୌଣସି ଦୀର୍ଘକାଳିନୀ ବ୍ୟପାରରେ ନିବେଶ କରିପାରନ୍ତି। ଯଦି ଆପଣଙ୍କ ଧନ କେଉଁଠି ବା କାହା ପାଖରେ ଅଟକି ରହିଥିଲେ, ତେବେ ତାହା ଏହି ବର୍ଷ ନିଶ୍ଚିୟ ପ୍ରାପ୍ତି ହେବ। ବିଦେଶ ବ୍ୟାପରରେ ମଧ୍ୟ ଭଲ ଲାଭ ହେବାର ସମ୍ଭାବନା ରହିଛି।

Comments are closed.