ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣକୁ ନେଇ ପାକିସ୍ତାନର ନୀତି ଅସ୍ପଷ୍ଟ : ଏଫଏଟିଏଫ୍‍

0

ପ୍ୟାରିସ : ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଚାପ ବୃଦ୍ଧିପାଇବାରେ ଳାଗିଛି । ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ‘ଫାଇନାନ୍ସିଆଲ ଆକସନ ଟାସ୍କଫୋର୍ସ’ (ଏଫଏଟିଏଫ୍‍) ଫେବୃୟାରୀ ୧୪ ତାରିଖରେ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସୁରକ୍ଷା ଯବାନଙ୍କ ମୃତ୍ୟୁ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛି। ଏଫଏଟିଏଫ୍‍ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ଜୈସ-ଇ-ମହମ୍ମଦ ଓ ଲସ୍କର-ଏ-ତଏବା ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣକୁ ନେଇ ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିବାରେ ଅସମର୍ଥ ରହିଛି। ପାକିସ୍ତାନ ଏହାର ଅପରାଗତାକୁ ଳୁଚେଇବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ ବୋଲି ଏହି ପ୍ୟାରିସ ଭିତ୍ତିକ ସଂସ୍ଥା ଏଫଏଟିଏଫ୍‍ କହିଛି ।

Leave A Reply