ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି, ତୃତୀୟ ​ତ୍ରୈମାସିକ ସୁଧହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଖରାପ ଥିବାବେଳେ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରାଳୟର ନିଷ୍ପତ୍ତି କୋଟି କୋଟି ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ସରକାର ଦ୍ୱିତୀୟ ତୈମାସିକ (ଜୁଲାଇ-ସେପ୍ଟେମ୍ବର) ଋଣ ହାର ଓ ସୁଧ ହାରକୁ ଅପରିବର୍ତ୍ତିତ ରଖିଛନ୍ତି। ଅର୍ଥାତ୍ ପୂର୍ବ ତୈମାସିକ(ଏପ୍ରିଲ-ଜୁନ୍‌) ଭଳି ଏବେ ଦ୍ୱିତୀୟ ତ୍ରୟମାସରେ ମଧ୍ୟ ସମାନ ପରିମାଣରେ ସୁଧ ଓ ଋଣ ହାର ରହିବ। ଏହାଦ୍ୱାରା ସ୍ପଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିଛି।

ଗତକାଲିଠାରୁ ଦ୍ୱିତୀୟ ତ୍ରୟମାସ ଆରମ୍ଭ ହୋଇଛି। ଦେଶରେ ଆର୍ଥିକ ସ୍ଥିତି ଖରାପ ରହିଥିବାରୁ ଦ୍ୱିତୀୟ ଆର୍ଥିକ ମାସରେ ସରକାର ଋଣ ହାର ବଢ଼ାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା; କିନ୍ତୁ ବିଗତ ବର୍ଷେ ହେବ ସରକାର ଋଣ ହାରକୁ ଅଧିକ ବଢ଼ାଇ ଲୋକଙ୍କୁ ଆର୍ଥିକ ବୋଝ ଲଦି ନଥିବା ଦେଖିବାକୁ ମିଳିଛି। ଗତକାଲି କୋଭିଡ ମହାମାରୀ ବେଳେ କେନ୍ଦ୍ର ସରକାର ଜାତୀୟ ସଞ୍ଚୟ ପ୍ରମାଣପତ୍ର (ନ୍ୟାସନାଲ ସେଭିଂସ ସାର୍ଟିଫିକେଟ -ଏନଏସସି) ଓ ସାଧାରଣ ଭବିଷ୍ୟନିଧି ପାଣ୍ଠି (ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ -ପିପିଏଫ) ସହିତ ସ୍ୱଳ୍ପ ସଞ୍ଚୟ କରୁଥିବା ଯୋଜନା ଉପରେ ବୈଠକ କରିଥିଲେ। ଏଥିରେ ୨୦୨୧-୨୨ ଆଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଋଣ ହାରରେ କୌଣସି ପରିବର୍ତ୍ତନ କରାଯାଇନି।

ସରକାର ପିପିଏଫ ଏବଂ ଏନଏସସି ଉପରେ ବାର୍ଷିକ ସୁଧ ହାର ଦ୍ୱିତୀୟ ତ୍ରୟ ମାସରେ ଯଥାକ୍ରମେ ୭.୧ ପ୍ରତିଶତ ଏବଂ ୬.୮ ପ୍ରତିଶତ ରହିବ। ଜୁଲାଇ ୧ରୁ ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହେବ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧ ଏପ୍ରିଲ୍ ୨୦୨୧ରୁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ସୁଧ ହାର ମଧ୍ୟ ସମାନ ଥିଲା। ସେହିପରି ଡାକଘର ମାସିକ ଆୟ ଯୋଜନା (ଏମଆଇଏସ) ଖାତାରେ ୬.୬ ପ୍ରତିଶତ ସୁଧ ହାର ମିଳିବ। ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ ସୁଧ ହାର ୭.୬ ପ୍ରତିଶତ ରହିବ।

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ଆରମ୍ଭ ହେବା ବେଳେ ପ୍ରଥମ ତ୍ରୟମାସରେ ୧.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର କମାଇ ଦେଇଥିବା ନେଇ ସରକାର କହିଥିଲେ; ମାତ୍ର ପରେ ଏହା ଭୁଲରେ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

Comments are closed.