କୋଭିଡ୍‍ ରିଲିଫ୍‍ ସାମଗ୍ରୀ ଉପରେ ବହିଃଶୁଳ୍କ ଓ ଆଇଜିଏସ୍‍ଟି ନାହିଁ : ସୀତାରମଣ

ମମତାଙ୍କ ଚିଠି ପରେ ପଦକ୍ଷେପ

ନୂଆଦିଲ୍ଲୀ : ଦେଶରେ ମାଗଣାରେ ବିତରଣ ପାଇଁ ଭାରତୀୟ ରେଡ୍‍କ୍ରସ୍‍ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା କୋଭିଡ୍‍ ରିଲିଫ୍‍ ସାମଗ୍ରୀ ଉପରେ ବହିଃଶୁଳ୍କ ଓ ଆଇଜିଏସ୍‍ଟି ଲାଗୁ ହେଉ ନାହିଁ। ଟ୍ୱିଟ୍‍ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ରେମଡେସିଭିର୍‍ ଇଞ୍ଜେକ୍‍ସନ୍‍, ରେମଡେସିଭିର୍‍ଏପିଆଇ. ଏବଂ ଔଷଧ ତିଆରି ପାଇଁ ରସାୟନ ସାମଗ୍ରୀ ଉପରେ କୌଣସି
ଶୁଳ୍କ ଲାଗୁ କରାଯାଉ ନାହିଁ।

କୋଭିଡ୍‍ ଔଷଧଗୁଡ଼ିକ ଉପରୁ ଶୁଳ୍କ ଛାଡ଼ କରିବାପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ
ଲେଖିଥିବା ଚିଠି ଉପରେ ଏଭଳି ପଦକ୍ଷେପ ନିଆଯାଇଛି। ସେ କହିଛନ୍ତି, ମେଡିକାଲ୍‍ ଅମ୍ଳଜାନ, ଅମ୍ଳଜାନ ଉତ୍ପାଦନ, ମହଜୁଦ୍‍ ଓ ପରିବହନ ପାଇଁ ଯନ୍ତ୍ରପାତି ଏବଂ କୋଭିଡ୍‍ ରୋଗୀମାନଙ୍କ ପାଇଁ ବ୍ୟବହୃତ ଅମ୍ଳଜାନ ଥେରାପି ଯନ୍ତ୍ରପାତି ଉପରେ ସବୁ ଶୁଳ୍କ ଛାଡ଼ କରାଯାଇଛି।

Comments are closed.